Hindustan Times
ସ୍ୱୀଜରଲାଣ୍ଡ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ ୨୦୧୯ର ମହିଳା ଏକକ ଫାଇନାଲରେ ରବିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସିନ୍ଧୁ ପ୍ରଥମ ଭାରତୀୟ ଖେଳାଳି ଭାବେ ଜାପାନୀ ଷ୍ଟାର ତଥା ବିଶ୍ୱର ୩ ନମ୍ବର ଖେଳାଳି ନୋଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ରେ ପରାସ୍ତ କରି ଏହି କୃତିତ୍ୱ ହାସଲ କରିଛନ୍ତି। ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନ୍ସିପ୍ରେ ୩ୟ ଥର ପ୍ରବେଶ କରିଥିବାରୁ ସିନ୍ଧୁ ସ୍ୱତନ୍ତ୍ର ରଣନୀତି କରିଥିଲେ। ସେ ଲଢୁଆ ମନୋଭାବ ନେଇ ଜାପାନୀ ପ୍ରତିନ୍ଦନ୍ଦୀଙ୍କ ବିରୋଧରେ ଖେଳିଥିଲେ।
Hindustan Timesପିଭି ସିନ୍ଧୁ ସେମିଫାଇନାଲରେ ଚୀନର ଚେ ୟୁ ଫେଇଙ୍କୁ ୨୧-୭, ୨୧-୧୪ରେ ପରାସ୍ତ କରିଥିଲେ। ରିଓ ଅଲିମ୍ପିକ୍ରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଖେଳ ଆରମ୍ଭରୁ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ସିନ୍ଧୁ କେବଳ ୧୫ ମିନିଟରେ ପ୍ରଥମ ଖେଳକୁ ନିଜ ସପକ୍ଷରେ ଆଣିପାରିଥିଲେ। ସେହିପରି ପିଭି ସିନ୍ଧୁ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବା ପୂର୍ବରୁ ମହିଳା ଏକକ ପ୍ରି-କ୍ୱାର୍ଟର ଫାଇନାଲ୍ରେ ଆମେରିକାର ବେଇୱେନ୍ ଝାଙ୍ଗ୍ଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରିଥିଲେ।
Follow Us